Quotes

Audio

Read

Books


Write

Sign In

We will fetch book names as per the search key...

Niyatira khela

By ଚିନ୍ମୟୀ ପ୍ରଧାନ


GENRE

Short Stories

PAGES

106

ISBN

9788119445776

PUBLISHER

StoryMirror

E-BOOK ₹100
Rs. 100
Best Price Comparison
Seller Price
StoryMirror Best price ₹100
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART

About the Book:


"ନିୟତିର ଖେଳ" ପୁସ୍ତକଟି ସମୁଦାୟ ଚଉତିରିଶଟି ଗଳ୍ପର ସମାହାର। ଗଳ୍ପ ଗୁଡ଼ିକରେ ଭକ୍ତ ଓ ଭଗବାନଙ୍କ ବନ୍ଧନର ଅପୂର୍ବ ଶିହରଣ ସହିତ ରହିଛି ଭାବପ୍ରବଣ ପାରିବାରିକ କାହାଣୀ। ରହିଛି ପୁଣି ରୋମାଞ୍ଚକର ପ୍ରେମ କଥା ସହିତ କିଛି ଭୟପୂର୍ଣ୍ଣ ଭୌତିକ କାହାଣୀ। ବାସ୍ତବ ଜୀବନର ଅନୁଭୂତିରୁ ସୃଷ୍ଟ ଗଳ୍ପ ଗୁଡ଼ିକରେ ରହିଛି ସମାଜ ପରିବର୍ତ୍ତନର ବାର୍ତ୍ତା। ପୁସ୍ତକଟି ସାହିତ୍ୟପ୍ରେମୀ ସୁଧୀ ପାଠକପାଠିକା ମାନଙ୍କ ହୃଦୟକୁ ଛୁଇଁ ପାରିବ ବୋଲି ଆମର ଦୃଢ଼ ଆଶା ରହିଛି।


About the Author:


 ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ ଶ୍ରୀମତୀ ଚିନ୍ମୟୀ ପ୍ରଧାନ ସାହିତ୍ୟ ସାଧନାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ରଚନା କରିଛନ୍ତି ଅନେକ କବିତା ଓ ଗଳ୍ପ। ସେଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଲାଭ କରିଛି ଅନେକ ପାଠକୀୟ ପ୍ରଶଂସା। ସେ ଜଣେ ସଂସ୍କୃତିପ୍ରେମୀ ପ୍ରତିଭା ସମ୍ପନ୍ନ ଲେଖିକା ଭାବେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଦେଶର ଅଗ୍ରଣୀ ବହୁଭାଷୀ ସାହିତ୍ୟ ପ୍ରତିଷ୍ଠାନ ଷ୍ଟୋରିମିରରଙ୍କ ଦ୍ୱାରା ଆୟୋଜିତ ବହୁ ପ୍ରତିଯୋଗିତାରେ ସେ ବିଜୟୀ ହେବା ସଙ୍ଗେ ସଙ୍ଗେ ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଲେଖିକା ସମ୍ମାନରେ ସମ୍ମାନିତ ହୋଇଛନ୍ତି।


ଜୀବନର କିଛି ସ୍ମୃତି ଏବଂ କିଛି ନିଚ୍ଛକ ଅନୁଭୂତିକୁ ନେଇ ରଚିତ ତାଙ୍କର ଏହି ପ୍ରଥମ ଗଳ୍ପ ସଂକଳନ "ନିୟତିର ଖେଳ"ରେ ତାଙ୍କ ସୁନ୍ଦର ସୃଜନଶୀଳ ଭାବକଳ୍ପ ସବୁକୁ ଖୁବ୍ ଯତ୍ନର ସହିତ ଓଡ଼ିଆ ସାହିତ୍ୟପ୍ରେମୀଙ୍କ ସମ୍ମୁଖରେ ପରିବେଷଣ କରିବାର ଅଭିନବ ପ୍ରୟାସ କରିଛନ୍ତି। ଆଶା ପୁସ୍ତକଟି ପ୍ରିୟ ସାହିତ୍ୟ ଅନୁରାଗୀ ପାଠକପାଠିକାଙ୍କ ମହଲରେ ନିଶ୍ଚିତ ଆଦୃତ ହେବ।




You may also like

Ratings & Reviews

Be the first to add a review!
Select rating
 Added to cart